Odia govt jobs   »   OSSTET 2024 Result Short Details

OSSTET 2024 ଫଳାଫଳ ସଂକ୍ଷିପ୍ତ ବିବରଣୀ ଯାଞ୍ଚ କରନ୍ତୁ

ମାଟ୍ରିକ ଫଳ ପ୍ରକାଶ ପରେ OSSTET ରେଜଲ୍ଡ

  • ଓଡ଼ିଶା ମାଧ୍ଯମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା(OSSTET) ଫଳ ପ୍ରକାଶରେ ବିଳମ୍ବ ହେଉଛି। ଫଳରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପକ୍ଷରୁ ଶିକ୍ଷକ ନିଯୁକ୍ତି ପାଇଁ ପରୀକ୍ଷାର୍ଥୀମାନେ ଆବେଦନ କରିପାରୁନାହାନ୍ତି। ଚଳିତ ମାସ ୩୦ତାରିଖ ଆବେଦନର ଶେଷ ତାରିଖ ହୋଇଥିବାବେଳେ ଏହା ପୂର୍ବରୁ ଫଳ ପ୍ରକାଶ କରିବାକୁ ଆଶାୟୀମାନେ ଦାବି କରୁଛନ୍ତି। ସୂଚନା ଅନୁଯାୟୀ, ଗତ ଜାନୁଆରୀ ୧୯ ତାରିଖରେ ରାଜ୍ୟରେ OSSTET ପରୀକ୍ଷା ଅନୁଷ୍ଠିତ ହୋଇଛି। ଫେବୃଆରୀ ୨୯ ତାରିଖରେ ଏହାର ଆନ୍‌ସାର କି ପ୍ରକାଶିତ ହୋଇଛି I ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଆନ୍‌ସାର କି ବିପକ୍ଷରେ ଆପରି ମଧ୍ୟ କରି ସାରିଛନ୍ତି ।

OSSTET 2024 ଫଳାଫଳ ସଂକ୍ଷିପ୍ତ ବିବରଣୀ ଯାଞ୍ଚ କରନ୍ତୁ_3.1

  • ପରୀକ୍ଷା ଫଳ ପ୍ରକାଶ କରିବା ପୂର୍ବର ସମସ୍ତ ପ୍ରକ୍ରିୟା ଶେଷ ହୋଇଛି I ପରୀକ୍ଷା ଫଳ ପ୍ରକାଶ ପରେ କୃତି ପରୀକ୍ଷାର୍ଥୀ ବିଭିନ୍ନ ଶିକ୍ଷକ ପଦ ପାଇଁ ଆବେଦନ କରିପାରିବେ I ସମ୍ପ୍ରତି ଓଏଭି ଶିକ୍ଷକ ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି I ଏହାର ଆବେଦନ ଅବଧୂ ସରିବା ପୂର୍ବରୁ ଫଳ ପ୍ରକାଶ କଲେ ସେମାନେ ଲାଭାନ୍ବିତ ହୋଇପାରିବେ । ତେଣୁ ବହୁ ସଂଖ୍ୟାରେ ପରୀକ୍ଷାର୍ଥୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶିଘ୍ର ଫଳ ପ୍ରକାଶ କରିବାକୁ ଦାବି କରୁଛନ୍ତି | ଫଳ ପ୍ରକାଶ ସମ୍ପର୍କରେ ବୋର୍ଡ ଉପ ସଭାପତି ଡ. ନିହାର ରଞ୍ଜନ ମହାନ୍ତି କହିଛନ୍ତି, ପ୍ରଥମେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ କରିବାକୁ ବୋର୍ଡ ପକ୍ଷରୁ ପ୍ରାଥମିକତା ଦିଆଯାଉଛି |
  • ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ଓଏସ୍ଏସ୍‌ଟିଇଟି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସେ କହିଛନ୍ତି। ଆସନ୍ତା ମାସରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି। ଫଳରେ OAV ଶିକ୍ଷକ ଆବେଦନ ଅବଧୂ ବୃଦ୍ଧି ନହେଲେ OSSTET ପରୀକ୍ଷାର୍ଥୀ ବଞ୍ଚିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

bnr

ODISHA MAHA PACK

prime_image
About the Author

I am an SEO Executive with over 4 years of experience in Marketing and now Edtech Agency. I am specializes in optimizing websites to improve search engine rankings and increase organic traffic. I am up to date with the latest SEO trends to deliver results-driven strategies. In my free time, I enjoys exploring new technologies and reading about the latest digital marketing techniques.

QR Code
Scan Me