Odia govt jobs   »   Odia Grammar   »   Odia Grammar

Top 30 Odia Grammar Quiz

Hello Aspirants, in this article we are going to talk about Odia Grammar. Most of the civil service exams in Odisha, including OPSC, OCS, OSSC, OSSSC, etc require expert knowledge and a good understanding of Odia Grammar. This Odia Grammar article will be useful in all your upcoming coming Exam.

 

Q1. ବାକ୍ୟରେ କ୍ରିୟା ପଦ ସହିତ ଯେଉଁ ପଦର ଅନ୍ଵୟ ଥାଏ ,ତାହାକୁ କ’ଣ କୁହାଯାଏ ?

(a)ବିଭକ୍ତି

(b)ସମାସ

(c)କାରକ

(d)ସର୍ବନାମ

S1.Ans.(c)କାରକ

 

Q2. ଓଡ଼ିଆ ଭାଷାରେ ବ୍ୟଞ୍ଜନ ବର୍ଣ୍ଣର କେତେ ଗୋଟି ଧ୍ୱନୀ ଅଛି ?

(a)୩୮

(b)୩୨

(c)୩୯

(d)୩୩

S2.Ans. (a)୩୮

 

Q3.’ଧରାକୁ ସରା ମଣିବା ‘ରୂଢିଟିର ଅର୍ଥ କ’ଣ ?

(a)ସମସ୍ତଙ୍କୁ ମାନିବା

(b)କାହାକୁ ଖାତିର ନ କରିବା

(c)ଶାନ୍ତ ଶିଷ୍ଟ ହେବା

(d)ଅଭ୍ୟସ୍ତ ହେବା

S3.Ans.(b)କାହାକୁ ଖାତିର ନ କରିବା 

 

Q4. ”ବିଜ୍ଞାନ ମନୁଷ୍ୟକୁ ଶକ୍ତିଶାଳୀ କରିଛି ,ତେଣୁ ସେ ଅଦ୍ଭୁତ କାର୍ଯ୍ୟ କରିପାରୁଛି “|ଉକ୍ତ ବାକ୍ୟଟିର ରୂପାନ୍ତରିତ ଦୃଷ୍ଟିରୁ କେଉଁ ବାକ୍ୟ ସ୍ଥିର କର ?

(a)ସରଳ

(b)ଜଟିଳ

(c)ମିଶ୍ର

(d)ଯୌଗିକ

S4.Ans.(d)ଯୌଗିକ

 

Q5.”ପିଲା” କେଉଁ ଶବ୍ଦାବଳୀରୁ ଆନୀତ ସୂଚାଅ ?

(a)ତାମିଲ

(b)ତେଲୁଗୁ

(c)କନ୍ନଡ଼

(d)ମାଲାୟାଲମ

S5.Ans.(c)କନ୍ନଡ଼

 

Q6.”ନେତାର ବାର୍ତ୍ତା” କେଉଁ ସମ୍ଵନ୍ଧେ ଷଷ୍ଠୀ ବିଭକ୍ତିର ପ୍ରୟୋଗ ହୋଇଛି ନିର୍ଣ୍ଣୟ କର ?

(a)କାର୍ଯ୍ୟ କାରଣ ସମ୍ବନ୍ଧ

(b)ଆଧାରଧେୟ ସମ୍ବନ୍ଧ

(c)ବିଶେଷଣ ସମ୍ବନ୍ଧ

(d)ବ୍ୟାପ୍ତି ସମ୍ବନ୍ଧ

S6.Ans. (c)ବିଶେଷଣ ସମ୍ବନ୍ଧ

 

Q7.’ଦିଗାମ୍ବର’ ପଦଟିରେ କେଉଁ ଅଶୁଦ୍ଧି ନିର୍ଣ୍ଣୟ କର ?

(a)ସନ୍ଧିଗତ

(b)ବଚନଗତ

(c)ଷତ୍ୱବିଧିଗତ

(d)ଲିଙ୍ଗଗତ

S7.Ans. (a)ସନ୍ଧିଗତ

 

Q8.”ସାରସ” ଶବ୍ଦଟିର ପ୍ରତିଶବ୍ଦ ଲେଖ |

(a)କୁଧର

(b)ଘଶ୍ର

(c)ପୟସ୍ଵିନୀ

(d)ବନଜ

S8.Ans. (d)ବନଜ

 

Q9. ଛାତ୍ରଟି ନିପଟ ଅଳସୁଆ |ରେଖାଙ୍କିତ ପଦଟିର ବିଶେଷଣ ସ୍ଥିର କର |

(a)କ୍ରିୟା ବିଶେଷଣ

(b)ବିଶେଷଣର ବିଶେଷଣ

(c)କ୍ରିୟା ବିଶେଷଣର ବିଶେଷଣ

(d)ଗୁଣବାଚକ ବିଶେଷଣ

S9.Ans. (b)ବିଶେଷଣର ବିଶେଷଣ

 

Q10.ଭିକାରି ପବନକୁ ପଇସା ମାଗିଲା |ଉକ୍ତ ବାକ୍ୟର କ୍ରିୟାର ରୂପ ସ୍ଥିର କର |

(a)ସକର୍ମକ

(b)ଅକର୍ମକ

(c)ଦ୍ବିକର୍ମକ

(d)ଏଗୁଡିକ ମଧ୍ୟରୁ କେଉଁଟି ବି ନୁହେଁ

S10.Ans. (c)ଦ୍ବିକର୍ମକ

Q11.ନିମ୍ନୋକ୍ତ ବାକ୍ୟମାନଙ୍କ ମଧ୍ୟରୁ ଏକବଚନକୁ ନିର୍ଣ୍ଣୟ କର |

(a)ବକପନ୍ତୀ ଆକାଶରେ ଉଡୁଛନ୍ତି |

(b)ହସ୍ତୀଯୂଥ ସହରରେ ପ୍ରବେଶ କରୁଛନ୍ତି |

(c)ମନୁଷ୍ୟ ମରଣଶୀଳ |

(d)ଛାତ୍ରଗଣ ନିର୍ବାଚନରେ ଭାଗ ନେଲେ |

S11.Ans. (c)ମନୁଷ୍ୟ ମରଣଶୀଳ |

 

Q12.ନିମ୍ନଲିଖିତ କାବ୍ୟମାନଙ୍କ ମଧ୍ୟରୁ କେଉଁଟି ଆଦି କାବ୍ୟ ନୁହେଁ ?

(a)ଚଣ୍ଡିପୁରାଣ

(b)ବିଲଙ୍କା ରାମାୟଣ

(c)ଭାଗବତ

(d)ମହାଭାରତ

S12.Ans. (c)ଭାଗବତ

 

Q13.’ମନୋରଞ୍ଜନ’ ପଦଟିର ସନ୍ଧି ନିର୍ଣ୍ଣୟ କର |

(a)ମନର୍ + ରଞ୍ଜନ

(b)ମନଃ + ରଞ୍ଜନ

(c)ମନସ୍ + ରଞ୍ଜନ

(d)ମନ + ରଞ୍ଜନ

S13.Ans. (b)ମନଃ + ରଞ୍ଜନ

 

Q14.’ଅଧମାଙ୍ଗ’ ର ବିପରୀତାର୍ଥବୋଧକ ଶବ୍ଦ ଲେଖ |

(a)ଆଧାମାଙ୍ଗ

(b)ଉତ୍ତମାଙ୍ଗ

(c)ଊତ୍ତମାଙ୍ଗ

(d)ଉତମାଙ୍ଗ

S14.Ans. (b)ଉତ୍ତମାଙ୍ଗ

 

Q15.’ମାୟାବୀ’ ପଦଟିରେ କେଉଁ ପ୍ରତ୍ୟୟ ଯୋଗ ହୋଇଛି ସୂଚାଅ ?

(a)ଈ

(b)ଇ

(c)ବିନ୍

(d)ବିତ୍

S15.Ans. (c)ବିନ୍

 

Q16.କଥାଟା କାହିଁ ମତେ ଅଖାଡୁଆ ଲାଗୁଛି |ରେଖାଙ୍କିତ ପଦଟି କେଉଁ ଶବ୍ଦାବଳୀରୁ ଆନୀତ ସୂଚାଅ ?

(a)ତତ୍ ସମ୍

(b)ତଦ୍ ଭବ

(c)ଦେଶଜ

(d)ବୈଦେଶିକ

S16.Ans. (c)ଦେଶଜ

 

Q17.”ବାତ୍ୟାରେ ଗଛରୁ ପତ୍ର ଝଡିଲା”|ଉକ୍ତ ବାକ୍ୟରେ ଅପାଦାନ କାରକକୁ ସ୍ଥିର କର |

(a)ବାତ୍ୟାରେ

(b)ଗଛରୁ

(c)ପତ୍ର

(d)ଝଡିଲା

S17.Ans. (b)ଗଛରୁ

 

Q18.’ଭାଳେଣି’ ଶବ୍ଦ କେଉଁ ପର୍ଯ୍ୟାୟର ଅଟେ ଚିହ୍ନଟ କର |

(a)କୃଦନ୍ତ

(b)ତଦ୍ଧିତ

(c)ସମାସ

(d)ବିଭକ୍ତି

S18.Ans. (a)କୃଦନ୍ତ

 

Q19.’ବ୍ୟସନ’ ର ଉପଯୁକ୍ତ ଅର୍ଥ ଲେଖ |

(a)ନିଶା

(b)ପୃଥକ

(c)ବ୍ୟସ୍ତ

(d)ବ୍ୟର୍ଥ

S19.Ans. (a)ନିଶା

 

Q20.ନିମ୍ନଲିଖିତ ମଧ୍ୟରୁ ଅଶୁଦ୍ଧି ସ୍ୱରଧ୍ୱନୀକୁ ସୂଚାଅ |

(a)ଈ

(b)ଇ

(c)ଏ

(d)ଓ

S20.Ans. (a)

 

Q21.ରାତିରେ ପେଚା ଭ୍ରମଣ କରିଥାନ୍ତି |ରେଖାଙ୍କିତ ପଦଟିର କାରକ ସ୍ଥିର କର |

(a)କର୍ମ

(b)କରଣ

(c)ଅଧିକରଣ

(d)ଅପାଦାନ

S21.Ans. (c)ଅଧିକରଣ

 

Q22.’ପୋକଶୁଙ୍ଘା’ କେଉଁ ସମାସ ଅଟେ ?

(a)ଦ୍ୱିଗୁ

(b)ତତ୍ପୁରୁଷ

(c)ନିତ୍ୟ

(d)କର୍ମଧାରୟ

S22.Ans. (c)ନିତ୍ୟ

 

Q23.ଅଶୁଦ୍ଧି ବାକ୍ୟକୁ ନିର୍ଣ୍ଣୟ କର |

(a)ଅନେକ ଲୋକମାନେ ମତ ପ୍ରଦାନ କରୁଛନ୍ତି |

(b)ଅଧିକାଂଶ ଲୋକଙ୍କର ରହିବାକୁ ଘର ନାହିଁ |

(c)ବହୁତ ପୁସ୍ତକ ଏଠାରେ ଅଛି |

(d)ଅନେକ ଲୋକ ସଭାରେ ଉପସ୍ଥିତ ଅଛନ୍ତି |

S23.Ans. (a)ଅନେକ ଲୋକମାନେ ମତ ପ୍ରଦାନ କରୁଛନ୍ତି |

 

Q24.’ସଂସ୍କୃତି’ ର ସନ୍ଧି ନିର୍ଣ୍ଣୟ କର |

(a)ସତ୍ + କୃତି

(b)ସମ୍ + କୃତି

(c)ସଂ + କୃତି

(d)ସସ୍ + କୃତି

S24.Ans.(b)ସମ୍ + କୃତି 

 

Q25.ନିମ୍ନୋକ୍ତ ପଦମାନଙ୍କ ମଧ୍ୟରୁ କେଉଁଟି ‘ଅଭି’ ଉପସର୍ଗର ପଦ ସୂଚାଅ |

(a)ଉପବନ

(b)ଅଭିମାନ

(c)ଅପିହିତ

(d)ଅନୁତାପ

S25.Ans. (b)ଅଭିମାନ

 

Q26.ନିମ୍ନୋକ୍ତ ପଦମାନଙ୍କ ମଧ୍ୟରୁ କେଉଁଟି ଦ୍ଵନ୍ଦ ସମାସ ସ୍ଥିର କର |

(a)ପରସ୍ପର

(b)ଚତୁର୍ଭୁଜ

(c)ପଞ୍ଚବଟୀ

(d)ଅମୂଲ୍ୟ

S26.Ans. (a)ପରସ୍ପର

 

Q27.ସେ ହାଟକୁ ଗଲା କିନ୍ତୁ ସଉଦା ଆଣିଲା ନାହିଁ |ରେଖାଙ୍କିତ ପଦଟିର ଅବ୍ୟୟ ସ୍ଥିର କର |

(a)ସଂଯୋଜକ

(b)ବିଯୋଜକ

(c)ଭାବବାଚକ

(d)ନିଷେଧାଧିକ

S27.Ans. (b)ବିଯୋଜକ

 

Q28.’ବାୟୁ’ ର ବିଶେଷଣ ରୂପ ସ୍ଥିର କର |

(a)ବାୟବୀୟ

(b)ବାୟୀକ

(c)ବାୟକ

(d)ବାତ

S28.Ans. (a)ବାୟବୀୟ

 

Q29.ସେ ଗୁଣର ଆଦର କରେ ————|ଶୂନ୍ୟସ୍ଥାନ ପୂରଣ କର |

(a)ଗୁଣାଦର

(b)ଗୁଣଗ୍ରହୀ

(c)ଗୁଣଗ୍ରାହି

(d)ଗୁଣାଦାର

S29.Ans. (b)ଗୁଣଗ୍ରହୀ

 

Q30.ଅସଙ୍ଗତ ପଦକୁ ପୃଥକ କର |

(a)କ୍ରନ୍ଦନ

(b)କହୁଛି

(c)ଲିଖନ

(d)ଭ୍ରମଣ

S30.Ans. (b)କହୁଛି

 

 

prime_image
About the Author

I am an SEO Executive with over 4 years of experience in Marketing and now Edtech Agency. I am specializes in optimizing websites to improve search engine rankings and increase organic traffic. I am up to date with the latest SEO trends to deliver results-driven strategies. In my free time, I enjoys exploring new technologies and reading about the latest digital marketing techniques.

QR Code
Scan Me